ବନ୍ଦ

    ଉଦ୍ଦେଶ୍ୟ ଏବଂ କାର୍ଯ୍ୟାବଳୀ

    ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ ବୈଧାନିକ କାର୍ଯାବଳୀ

    • OPLE ଅଧିନିୟମ ଧାରା–୧୨ ର ଉପଧାରା–୪ ଅନୁଯାୟୀ କୌଣସି ଆବେଦନ କିମ୍ବା ସଂଶୋଧନ ପାଇଁ ଜିଲ୍ଲାପାଳ, ସବ-ଡିଭିଜନ ଅଧିକାରୀଙ୍କ ନିକଟରେ ମାମଲା ବିଚାରଧିନ ଥିଲେ ରାଜସ୍ୱ ଆୟୁକ୍ତ କୌଣସି ନିଷ୍ପତି ବା ଆଦେଶର କାର୍ଯକାରିତା ଉପରେ ରହିତାଦେଶ ଜାରି କରିବା ।
    • ସହରାଞ୍ଚଳ ମାଷ୍ଟର ପ୍ଳାନ ଗୁଡିକ ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ ଦ୍ଵାରା ଅନୁମୋଦିତ ଓ ସଂଶୋଧିତ ହୁଏ ।
    • ସରକାରୀ ଆଦେଶନାମା ସଂଖ୍ୟା ୩୧୩୮୫ ତା ୨୭-୦୫-୮୭ ରିଖରେ ଥିବା ନିର୍ଦେଶ ଅନୁଯାୟୀ ରାଜସ୍ୱ ଆୟୁକ୍ତ ସରକାରୀ ଜମିର ଅଧିଗ୍ରହଣକୁ ସ୍ଵୀକୃତି ପ୍ରଦାନ କରନ୍ତି ।
    • ସେ ମଧ୍ୟ OPDR ଅଧିନିୟମର ଧାରା – ୨ (ଘ) ଅନ୍ତର୍ଗତ ସାର୍ଟିଫିକେଟ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରନ୍ତି ।
    • OPDR ନିୟମାବଳୀ, ୧୯୬୩ର ଧାରା ୩ (୧) ରେ ଉଲ୍ଲେଖିତ ଅଛି ଯେ ଧାରା ୨ ର ଉପଧାରା (ଘ) ଅନୁସାରେ ଜିଲ୍ଲାପାଳଙ୍କ ଦ୍ଵାରା ନିଯୁକ୍ତ ପାଇଥିବା ଅଧିକାରିଗଣ ସାର୍ଟିଫିକେଟ ଅଫିସର ଭାବେ କେଉଁ ଅଞ୍ଚଳ ଏବଂ କି ପ୍ରକାର ମାମଲା ପରିଚାଳନା କରିବେ ତାହା ରାଜସ୍ୱ ଆୟୁକ୍ତଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ସମୟରେ ସେମାନଙ୍କୁ ନିର୍ଦେଶ ଦେବେ ।
    • OPDR ନିୟମାବଳୀ, ୧୯୩୬ ର ଧାରା-୩ (୨) ଅନୁଯାୟୀ ରାଜସ୍ୱ ଆୟୁକ୍ତ ନିଯୁକ୍ତି ଦେବା ସମୟରେ ଏବଂ ଯେଉଁ କ୍ଷେତ୍ରରେ ଧାରା-୨୨ ଉପଧାରା (ଖ) ଅନୁଯାୟୀ ସବଡିଭିଜନାଲ ଅଧିକାରୀ ମାନେ ସାର୍ଟିଫିକେଟ ଅଫିସର ଭାବେ କାର୍ଯ କରୁଥିବେ, ସେକ୍ଷେତ୍ରରେ ଜିଲ୍ଲାପାଳ ମାମଲାର ଶ୍ରେଣୀ ନିର୍ଦ୍ଧାରଣ କରିପାରିବେ ଏବଂ ଏଭଳି କ୍ଷେତ୍ରରେ ଏସବୁ ଅଧିକାରୀମାନେ ରିକୁଜିସନ ଗ୍ରହଣ କରିବା ପାଇଁ ପ୍ରାଧିକୃତ ହୋଇଥିବା ଆବଶ୍ୟକ ।
    • OPDR ଅଧିନିମୟ ଧାରା ୬୦ ଅନ୍ତର୍ଗତ ଉପଧାରା ୧(ଗ) ଅନୁଯାୟୀ ଜିଲ୍ଲାପାଳଙ୍କ ଦ୍ଵାରା ଜାରି କରାଯାଇଥିବା ଆଦେଶ ଉପରେ ରାଜସ୍ୱ ଡିଭିଜନ ଆୟୁକ୍ତ ହେଉଛନ୍ତି ଅପିଲ କର୍ତ୍ତୃପକ୍ଷ ।
    • OPDR ଅଧିନିମୟ ଧାରା ୬୧ ଅନ୍ତର୍ଗତ ଉପଧାରା ୧ର କ୍ଳଜ(କ) ଜିଲ୍ଲାପାଳ କିମ୍ବା ଜିଲ୍ଲାପାଳଙ୍କ ଆଦେଶ ଉପରେ ରାଜସ୍ୱ ଡିଭିଜନାଲ ଆୟୁକ୍ତ ହେଉଛନ୍ତି ସଂଶୋଧନକାରୀ କର୍ତ୍ତୃପକ୍ଷ ।
    • ଓଡିଶା ସର୍ଭେ ଏବଂ ସେଟଲମେଣ୍ଟ ଅଧିନିମୟ, ୧୯୫୮ର ଧାରା-୧୫ ଅନୁଯାୟୀ ଅଧିକାରୀ ରେକର୍ଡ (RoR) ଅଥବା ଏହାର କୌଣସି ଅଂଶବିଶେଷକୁ ସଂଶୋଧନ କରିବାରେ ଆଦେଶ ଜାରି କରିବା ପାଇଁ ରାଜସ୍ୱ ଡିଭିଜନାଲ ଆୟୁକ୍ତ ହେଉଛନ୍ତି ସଂଶୋଧନ ଅଧିକାରୀ କର୍ତ୍ତୃପକ୍ଷ ।
    • କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ  ପୁନଃପୁନର୍ବ।ସ ଓ ପୁନଃଥଇଥାନ ଅଧିନିମୟ ଅନୁସାରେ ଆୟୁକ୍ତ ଭାବେ ଘୋଷଣା କରାଯାଉଛି ଏବଂ ସେ ବିଭିନ୍ନ ପ୍ରକଳ୍ପ ସମ୍ବଦ୍ଧିୟ RPDAC ବୈଠକ ଅଧକ୍ଷତା କରନ୍ତି ।
    • ଓଡିଶା ଜନସେବା ଅଧିକାରୀ ଅଧିନିମୟ ଅନ୍ତର୍ଗତ ସେ ମଧ୍ୟ ସଂଶୋଧନକାରୀ କର୍ତ୍ତୃପକ୍ଷ ।
    • OCS (CCA) ନିମାୟାବାଳି, ୧୯୬୨ ଅନ୍ତର୍ଗତ ରାଜସ୍ୱ ପ୍ରଶାସନର ଜିଲ୍ଲା କ୍ୟାଡର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନଙ୍କ ଉପରେ ଶୃଙ୍ଖଳାରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ଵାରା ଜାରୀ କରାଯାଇଥିବା ଆଦେଶ ଉପରେ ଆୟୁକ୍ତ ସଂଶୋଧନକାରୀ କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରନ୍ତି ।
    • OGLS ନିୟମାବଳୀ, ୧୯୮୩ର ରୁଲ – ୧୧ ଅନୁଯାୟୀ ଅନ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର, ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା, ସାର୍ବଜନୀନ ସଂସ୍ଥାଗୁଡ଼ିକୁ ସରକାରୀ ଜମି ହସ୍ତାନ୍ତରଣ କରିବା ବା ଲିଜ ମଞ୍ଜୁର କରିବା ।
    • ଏହି ଡିଭିଜନର ଜାଲ ଜାତିଗତ ପ୍ରମାଣପତ୍ର ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ ଯାଞ୍ଚ କମିଟିର ଅଧକ୍ଷ ଭାବେ କାର୍ଯ୍ୟ କରନ୍ତି ।
    • OGLS ନିୟମାବଳୀ, ୧୯୮୩ର ରୁଲ – ୭ ଅନୁସାରେ ସଂଶୋଧନକାରୀ କର୍ତ୍ତୃପକ୍ଷ ।
    • OCS (CCA) ନିୟମାବଳୀ, ୧୯୬୨, ଅନୁଯାୟୀ ତଦନ୍ତକାରୀ ଅଧକରୀ ଓ ମାର୍ଶାଲିଂ ଅଧକାରୀଙ୍କୁ ନିଯୁକ୍ତି ପ୍ରଦାନ କରନ୍ତି ।
    • OCS (CCA) ନିୟମାବଳୀ, ୧୯୬୨, ଅନୁଯାୟୀ ”ଗ” ଓ ”ଘ” ବର୍ଗର କର୍ମଚାରୀଙ୍କ ପାଇଁ ଅନୁଶାସନ କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରନ୍ତି ।

    ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ ଆର୍ଥିକ କ୍ଷମତା

    • ସେ ତାଙ୍କ ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କର ପେନସନ ମଞ୍ଜୁର କରିବା କର୍ତ୍ତୃପକ୍ଷ ଅଟନ୍ତି ।
    • ନିଜ କାର୍ଯ୍ୟାଳୟର ଅନ୍ତିମ ସାଧାରଣ ଭବିଷ୍ୟନିଧି ପାଣ୍ଠି (GPF) ଅର୍ଥ ମଞ୍ଜୁର କରନ୍ତି ।
    • ନିଜ କାର୍ଯ୍ୟାଳୟ ତଥା ରାଜସ୍ଵ ପ୍ରଶାସନ ଅଧୀନରେ ଥିବା ନିଜ କାର୍ଯ୍ୟାଳୟ ଗୁଡିକରେ ଥିବା କର୍ମଚାରୀମାନଙ୍କ ଅଣଫେରସ୍ତଯୋଗ୍ୟ / ଅସ୍ଥାୟୀ ଜି॰ପି॰ଏଫ ର ଅର୍ଥ ଉଠାଣକୁ ମଞ୍ଜୁର କରନ୍ତି ।
    • ନିଜ କାର୍ଯ୍ୟାଳୟ ତଥା ରାଜସ୍ଵ ପ୍ରଶାସନ ଅଧୀନରେ ଥିବା କାର୍ଯାଳୟ ଗୁଡିକରେ ଥିବା କର୍ମଚାରୀମାନଙ୍କ ଗୃହନିର୍ମାଣ ୠଣ, କମ୍ପୁଟର ଋଣ, ମୋଟରସାଇକେଲ ୠଣ ମଞ୍ଜୁର କରନ୍ତି ।
    • ନିଜ କାର୍ଯ୍ୟାଳୟର ଅଧକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଔଷଧ ବାବଦରେ ଖର୍ଚ (RCM) ମଞ୍ଜୁର କରନ୍ତି ।
    • କାର୍ଯ୍ୟାଳୟର ବିଭିନ୍ନ ହେଡ଼ରେ ଥିବା କଣ୍ଟିଜେନସି ଓ ଅନନ୍ୟ ଖର୍ଚ ବାବଦରେ ମଞ୍ଜୁର କରନ୍ତି ।
    • ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କର RACP / MACP କୁ ମଞ୍ଜୁର ପ୍ରଦାନ କରନ୍ତି।
    • ଆର୍ଥିକ କ୍ଷମତା ବିତରଣ, ୧୯୭୯ ଅନୁଯାୟୀ ଆୟୁକ୍ତ ସେସ ଓ ସଇରାତ ଓ ବିବିଧ ରାଜସ୍ୱ ଛାଡ କରନ୍ତି ବା ଖାରଜ କରନ୍ତି ।

    ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ ପ୍ରଶାସନିକ କ୍ଷମତା

    • ନିଜ କାର୍ଯ୍ୟାଳୟର ମୁଖ୍ୟଭାବେ କାର୍ଯ୍ୟ କରନ୍ତି ।
    • ନିଜ କାର୍ଯ୍ୟାଳୟର ବିଭାଗୀୟ ପଦୋନ୍ନତି କମିଟିର ଅଧ୍ୟକ୍ଷ ଅଟନ୍ତି ।
    • ଜମି ଅଧିଗ୍ରହଣ ପ୍ରସ୍ତାବର ସଂଶୋଧିତ ଆକଳନରେ ଶତକଡା ୨୦ଭାଗରୁ ଅଧିକ ମଞ୍ଜୁର କରିପାରନ୍ତି।
    • ନିଜ କାର୍ଯ୍ୟାଳୟର ସରକାରୀ ବାସଗୃହ ଆବଣ୍ଟନ କମିଟିର ଅଧକ୍ଷ ଅଟନ୍ତି ।
    • କ୍ରୟ କମିଟି ଦ୍ଵାରା କ୍ରୟ କରଯାଉଥିବା ବସ୍ତୁର ଅନୁମୋଦନ ।
    • RPDACର ଗଠନ ଏବଂସଂପୂର୍ଣ୍ଣ ଜିଲ୍ଲାକୁ ନେଇ ଗଠିତ ହୋଇଥିବା କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରନ୍ତି ।
    • ଆବାସିକ କୋଠା ଘର ପାଇଁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଓ ଅଣଆବାସିକ କୋଠାଘର ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରାଶିକୁ ପ୍ରଶାସନିକ ଅନୁମୋଦନ ଦିଅନ୍ତି ।
    • କେନ୍ଦ୍ରାଞ୍ଚଳରେ କାର୍ଯ୍ୟକରୁଥିବା “ଘ” ବର୍ଗର କର୍ମଚାରୀମାନଙ୍କର ଆନ୍ତଃଜିଲ୍ଲା ସ୍ଥାନାନ୍ତରଣକୁ ମଞ୍ଜୁର କରନ୍ତି।
    • ନିଜ କାର୍ଯ୍ୟାଳୟ ତଥା ଜିଲ୍ଲାସ୍ତରୀୟ ରାଜସ୍ୱ କ୍ୟାଡରରେ କାର୍ଯ୍ୟ କରୁଥିବା ଅମଲା ଓ ଅନ୍ୟାନ୍ୟ କ୍ଷେତ୍ର କର୍ମଚାରୀଙ୍କୁ ଓଡିଶା ରାଜସ୍ୱ ସେବା (ORS) କ୍ୟାଡରକୁ ପଦେନ୍ନତି ଦେବା ନିମନ୍ତେ ସୁପାରିଶ କରନ୍ତି ।
    • ନିଜ କାର୍ଯ୍ୟାଳୟର ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ପ୍ରସ୍ତୁତ କରନ୍ତି ।
    • ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଅର୍ଜିତ ଛୁଟି / ଅନ୍ୟାନ୍ୟ ଛୁଟି ଅନୁମୋଦନ କରନ୍ତି ।
    • କେନ୍ଦ୍ରାଞ୍ଚଳ ଅଧୀନରେ ଥିବା ଜିଲ୍ଲାଗୁଡିକ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଓଡିଶା ସରକାର ପ୍ରାଧିକୃତ କରିଛନ୍ତି ।

    ରାଜସ୍ୱ ଡିଭିଜନାଲ ଆୟୁକ୍ତଙ୍କ ପ୍ରଶାସନିକ ଅନ୍ୟାନ୍ୟ କ୍ଷମତା

    • ଓଡିଶା ରାଜସ୍ୱ ଡିଭିଜନ ଆୟୁକ୍ତ ନିମୟମାବଳୀ, ୧୯୫୯ ଓ ସଂଶୋଧିତ ହୋଇଥିବା ରାଜସ୍ୱ ଡିଭିଜନ ଆୟୁକ୍ତ (ସଂଶୋଧନ) ନିମୟମାବଳୀ, ୧୯୯୦ର ରୁଲ-୯ ଅନୁସାରେ ରାଜସ୍ୱ ଆୟୁକ୍ତଙ୍କର ବିଭିନ୍ନ କ୍ଷମତା ରହିଛି, ଯାହା ନିମ୍ନରେ ବର୍ଣ୍ଣିତ କରାଗଲା ।
    • ପ୍ରତି କ୍ୟାଲେଣ୍ଡର ବର୍ଷର ଅତି କମରେ ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ପରିଦର୍ଶନ ଏବଂ ତାଙ୍କ ରିପୋର୍ଟ ରେଜସ୍ଵ ପର୍ଷଦ ଓ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ଏପ୍ରିଲ ମାସରେ ପ୍ରଦାନ।
    • ପ୍ରତି କ୍ୟାଲେଣ୍ଡର ବର୍ଷରେ ତାଙ୍କ ଦ୍ଵାରା ଚୟନ କରାଯାଇଥିବା ଅତି କମରେ ଗୋଟିଏ ଜିଲ୍ଲାର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଓ କୋର୍ଟ ପରିଦର୍ଶନ ଓ ରାଜସ୍ୱ ପର୍ଷଦ ତଥା ରାଜ୍ୟ ସରକାରଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଉପରେ ଦୃଷ୍ଟି ଆକର୍ଷଣ କରିବା ।
    • ବର୍ଷକୁ ଥରେ ପ୍ରତି ଜିଲ୍ଲାର ଅତି କମରେ ଗୋଟିଏ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ଉପଯୁକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ।
    • ତାଙ୍କ ନିଜ କାର୍ଯ୍ୟାଳୟକୁ ପ୍ରତି ବର୍ଷ ଥରେ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ଗୋଟିଏ ଏକତିତା ନକଲ ସହିତ ରାଜସ୍ୱ ପର୍ଷଦର ରିପୋର୍ଟ ଦାଖଲ କରିବା ।
    • ତାଙ୍କ ମନୋନୀତ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରି ଉପଯୁକ୍ତ ବିଭାଗରେ ରିପୋର୍ଟ ପ୍ରଦାନ କରିବା ।
    • ତାଙ୍କ ଦ୍ଵାରା ଚୟନ କରାଯାଇଥିବା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ପରିଦର୍ଶନ କରି ଉପଯୁକ୍ତ ବିଭାଗରେ ରିପୋର୍ଟ ପ୍ରଦାନ କରିବା ।
    • ଚୟନ କରାଯାଉଥିବା ବିକାଶମୂଳକ ଯୋଜନା ସବୁର ଯାଞ୍ଚ କରି ଯୋଜନା ଗୁଡିକର କାର୍ଯ୍ୟକାରୀତା ସମ୍ପର୍କିତ ଉପଯୁକ୍ତ ବିଭାଗରେ ପ୍ରଦାନ କରିବା ।
    • ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଷାଢ଼ମାସିକ ଗସ୍ତ ରିପୋର୍ଟର ସମୀକ୍ଷା କରି ସମୀକ୍ଷା ତଥ୍ୟ ରାଜସ୍ଵ ପର୍ଷଦଙ୍କ ନିକଟରେ ଦାଖଲ କରିବା ।
    • ତାଙ୍କ ଅଧୀନରେ ଆସୁଥିବା ଜିଲ୍ଲାଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନା ଗୁଡିକର ସମୀକ୍ଷା କରି ସମୀକ୍ଷାର ସାରାଂଶ ସଂପୃକ୍ତ ବିଭାଗ ଗୁଡିକୁ ପ୍ରଦାନ କରିବା ।
    • ରାଜସ୍ୱ ଡିଭିଜନ ଅଧୀନରେ ଥିବା ସମସ୍ତ ଜିଲ୍ଲାର ମାସିକ ଦାବି, ସଂଗ୍ରହ ଏବଂ ଜମି ରାଜସ୍ଵର ଅବଶେଷ, ଜଳାହାର ଇତ୍ୟାଦିର ସମୀକ୍ଷା କରିବା ସହିତ ସମୀକ୍ଷା ରିପୋର୍ଟ ରାଜସ୍ୱ ପର୍ଷଦ ଏବଂ ରାଜସ୍ୱ ବିଭାଗକୁ ପରବର୍ତ୍ତୀ ମାସର ୨୨ ତାରିଖରେ ପ୍ରଦାନ କରିବା ।
    • ବିଭିନ୍ନ ସମୟରେ ଭୂ-ସଂସ୍କାର ଓ ଜମି ମାଲିକାନା ସମ୍ପର୍କିତ ଆଇନ ଗୁଡିକର କାର୍ଯ୍ୟକାରିତାର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଏ ସଙ୍କ୍ରାନ୍ତରେ ଉପୁଜୁଥିବା ସମସ୍ୟାଗୁଡିକୁ ରାଜସ୍ୱ ପର୍ଷଦର ହସ୍ତକ୍ଷେପ ନିମନ୍ତେ ଅବଗତ କରାଇବା ।
    • ତାଙ୍କ ଅଧୀନରେ ଥିବା ରାଜସ୍ୱ ଅଦାଲତ ଗୁଡିକର ପର୍ଯ୍ୟବେକ୍ଷଣ ।
    • ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନ୍ୟ ରାଜସ୍ୱ ଅଧକାରୀଙ୍କ ଦ୍ଵାରା ଫଇସଲା କରାଯାଇଥିବା ସମସ୍ତ ରାଜସ୍ୱ ମାମଲା ଗୁଡିକର ମାସିକ ସମୀକ୍ଷା ରିପୋର୍ଟ ରାଜସ୍ୱ ପର୍ଷଦ ଓ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ ମାସର ୨୨ ତାରିଖରେ ପ୍ରଦାନ ।
    • ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ନିୟମାନୁସାରେ ଛୁଟି ମଞ୍ଜୁର କରିବା ।
    • ତାଙ୍କ ଅଧୀନରେ କାର୍ଯ୍ୟକରୁଥିବା ଅଧିକାରୀ ମାନଙ୍କର ଅବସର ସମୟରେ ଅବସରକାଳୀନ ପ୍ରାପ୍ୟ ଯଥା ପେନସନ ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ମୃତୁ ତଥା ଅବସର କାଳୀନ ପ୍ରାପ୍ୟ ସମେତ ଅନ୍ୟାନ୍ୟ ଅନୁଦାନ ସମ୍ବନ୍ଧୀୟ ବିଷୟକୁ ତଦାରଖ କରିବା ।
    • ବିଭିନ୍ନ ସମୟରେ ସରକାରଙ୍କ ଦ୍ଵାରା ଜାରୀ କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଗେଜେଟେଡ ଅଧିକାରୀମାନଙ୍କୁ ସାମୟିକ ଗୋପନୀୟ ରିପୋର୍ଟ ପ୍ରଦାନ କରିବା ।