ବନ୍ଦ

    ଉପକ୍ରମ

    କାର୍ଯ୍ୟାଳୟର ବିବରଣୀ, କାର୍ଯ୍ୟାବଳୀ ଓ ଦାୟିତ୍ଵ

    ଓଡିଶା ରାଜସ୍ଵ ଡିଭିଜିନାଲ କମିଶନରସ ଅଧିନିୟମ, ୧୯୫୭ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ କାର୍ଯ୍ୟାଳୟଟି କାର୍ଯ୍ୟ କରୁଛି I ଏହା ୧୯୫୭ ମସିହା ଅଗଷ୍ଟ ୧୦ ତାରିଖରେ ରାଜ୍ୟପାଳଙ୍କ ଅନୁମତି ପାଇବା ପରେ ଓଡିଶା ଗେଜେଟର ଏକ ଅସାଧାରଣ ସଂଖ୍ୟାରେ ୨୦ ଅଗଷ୍ଟ,୧୯୫୭ରେ ପ୍ରଥମେ ପ୍ରକାଶ ପାଇଥିଲା I ଓଡିଶା ରାଜ୍ୟରେ ତିନିଗୋଟି ଡିଭିଜନ ରହିଛି, ତନ୍ମଧ୍ୟରୁ କେନ୍ଦ୍ରୀୟ ଡିଭିଜନ ଅନ୍ୟତମ I ବର୍ତ୍ତମାନ ଡାକ୍ତର ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେ., କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ କାର୍ଯ୍ୟ କରୁଛନ୍ତି I
    ଉପରୋକ୍ତ ଅଧିନିୟମର ଧାରା-୩ ଅନ୍ତର୍ଗତ ଓଡିଶା ସରକାରଙ୍କ ଅଧୀନରେ ରାଜସ୍ୱ ଡିଭିଜନ ଆୟୁକ୍ତ ନିଯୁକ୍ତି ପାଇଥାଆନ୍ତି I ଏହି ଡିଭିଜନରେ ସାଧାରଣ ପ୍ରଶାସନର ମୁଖ୍ୟ କାର୍ଯ୍ୟନିର୍ବାହୀ ହୋଇଥିବାରୁ ବିଭିନ୍ନ ସମୟରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଉପଯୁକ୍ତ ବିଷୟ ସମ୍ବନ୍ଧରେ ସରକାରୀ ବିଭାଗ ଗୁଡିକରେ ନିଷ୍ଫତି ଗ୍ରହଣ କରନ୍ତି I କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ, କଟକ ସାଧାରଣତଃ ରାଜ୍ୟ ସରକାରଙ୍କ କମିଶନର ତଥା ଶାସନ ସଚିବ ପାହ୍ୟାର ଜଣେ ଭାରତୀୟ ପ୍ରସାଶନିକ ଅଧିକାରୀ ଅଟନ୍ତି I କେନ୍ଦ୍ରାଞ୍ଚଳର ସାଧାରଣ ପ୍ରଶାସନ, ଏହି ଡିଭିଜନ ଅଧୀନରେ ଥିବା ଜିଲ୍ଲା ସମୂହର ଯୋଜନାବଦ୍ଧ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ସଂଗେ ସଂଗେ ମାମଲା ଗୁଡ଼ିକର ଅପିଲ କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରନ୍ତି I

    ରାଜସ୍ୱ ଡ଼ିଭିଜନ ଆୟୁକ୍ତଙ୍କ ଭୂମିକା

    ରାଜସ୍ୱ ଡିଭିଜିନାଲ ଆୟୁକ୍ତ ରାଜସ୍ଵ ସମ୍ବନ୍ଧୀୟ ଏବଂ ଡିଭିଜନ ଅନ୍ତର୍ଗତ ସମସ୍ତ ପ୍ରଶାସନିକ ଶାଖାରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ମୁଖ୍ୟ ତଦାରଖକାରୀ କର୍ତ୍ତୃପକ୍ଷ ଅଟନ୍ତି I ଡିଭିଜନ ଅଧୀନରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟ ଗୁଡିକ ମଧ୍ୟରେ ସେ ସମନ୍ୱୟ ରକ୍ଷା କରନ୍ତି I ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ସବୁକୁ ସେ ତଦାରଖ କରନ୍ତି I ଯଦିଓ ସେମାନଙ୍କ କାର୍ଯ୍ୟଧାରା ଭିନ୍ନ ହୋଇଥାଏ କିନ୍ତୁ ସେମାନେ ପରସ୍ପର ସହ ଜଡିତ ଥାଆନ୍ତି I ପ୍ରାୟତଃ ଅନେକ ସାଧାରଣ ସମସ୍ୟା ଉପୁଜି ଥାଏ ଯାହାକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରେ ଏବଂ ଡିଭିଜନ ସ୍ତରରେ ଏସବୁ ରାଜସ୍ଵ ଆୟୁକ୍ତଙ୍କ ଦ୍ୱାରା ସମାଧାନ ହୋଇଥାଏ I ଦକ୍ଷତା କାର୍ଯ୍ୟକାରିତା ଦିଗରେ ଆୟୁକ୍ତ ହେଉଛନ୍ତି ପ୍ରଭାବଶାଳୀ ବ୍ୟକ୍ତି ଯିଏକି ଉଭୟ ପୋଲିସ ଓ ରାଜସ୍ଵ ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ପ୍ରଭୁତିର କାର୍ଯ୍ୟଗୁଡିକୁ ତଦାରଖ ଓ ଯାଞ୍ଚ କରନ୍ତି I ଆୟୁକ୍ତ ହେଉଛନ୍ତି ସରକାର ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଆବଶ୍ୟକୀୟ ମଧ୍ୟବର୍ତ୍ତୀ ସେତୁ ଓ ଉଭୟଙ୍କ ପାଇଁ ରକ୍ଷା କବଚ I
    ଓଡିଶା ରାଜସ୍ୱ ଡିଭିଜନର କମିଶନର ନିୟମ, ୧୯୫୯ ଅନ୍ତର୍ଗତ ରୁଲ–୯ ଏବଂ ଓଡିଶା ଆରଡିସି (ସଂଶୋଧିତ) ନିଯମାବଳୀ, ୧୯୯୦ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କର ବିଭିନ୍ନ କାର୍ଯ୍ୟ ରହିଛି, ଯାହା ନିମ୍ନକ୍ତେ ଦର୍ଶାଯାଇଛି :

    • ପ୍ରତେକ କ୍ୟାଲେଣ୍ଡେର ବର୍ଷର ଆତିକମରେ ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ପରିଦର୍ଶନ ଏବଂ ତାଙ୍କର ରିପୋର୍ଟ (ବିବରଣୀ) ରାଜସ୍ୱ ପରିଷଦ ଓ ରାଜ୍ୟ ସରକାରଙ୍କୁ ପରବତ୍ତୀ କ୍ୟାଲେଣ୍ଡେର ବର୍ଷର ଅପ୍ରିଲ ମାସରେ ପ୍ରଦାନ କରିବା, ତାଙ୍କ ନିଷ୍ଫତି ଅନୁସାରେ ମନୋନୀତ ହୋଇଥିବା ପ୍ରତି ଜିଲ୍ଲାର ଅତି କାମରେ ଗୋଟିଏ ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ୟାଳୟ ଓ କୋର୍ଟ ପରିଦର୍ଶନ ଓ ଅବବାଦରେ ଗୁରୁତ୍ଵପୂର୍ଣ ତଥ୍ୟ ରାଜସ୍ୱ ପରିଷଦ ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ ।
    • ବର୍ଷକୁ ଥରେ ପ୍ରତି ଜିଲ୍ଲାର ଅତି କାମରେ ଗୋଟିଏ ବ୍ଲକ ପରିଦର୍ଶନ ସହ ଉପଯୁକ୍ତ ବିଭାଗ ନିକଟରେ ଗୁରୁତ୍ଵପୂର୍ଣ ତଥ୍ୟ ଉପସ୍ଥାପନ ।
    • ପ୍ରତିବର୍ଷ ଥରେ ତାଙ୍କ ନିଜ କାର୍ଯ୍ୟାଳୟକୁ ଯାଞ୍ଚ କରିବା ସହ ରିପୋର୍ଟ ରାଜସ୍ୱ ପର୍ଶଦଙ୍କୁ ପ୍ରଦାନ କରବା ସଙ୍ଗେ ସଙ୍ଗେ ଏହାର ଏକ ପ୍ରତିଲପି ରାଜ୍ୟ ସରକାରଙ୍କୁ ପ୍ରେରଣ ।
    • ତାଙ୍କ ନିଷ୍ଫତି ଅନୁଯାୟୀ ମନୋନୀତ ହୋଇଥିବା ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ କାର୍ୟାଳୟ ପରିଦର୍ଶନ କରିବା ସହିତ ଉପଯୁକ୍ତ ବିଭାଗକୁ ତଥ୍ୟ ପ୍ରଦାନ ।
    • ତାଙ୍କ ଦ୍ଵାରା ଚୟନ ହୋଇଥିବା ବିଭିନ୍ନ ବିଭାଗର ଜିଲ୍ଲାସ୍ଥରୀୟ କାର୍ୟାଳୟ ପରିଷଦ ଏବଂ ଉପଯୁକ୍ତ ବିଭାଗକୁ ତଥ୍ୟ ପ୍ରଦାନ ।
    • ମନୋନୀତ କରାଯାଇଥବା ବିକାଶମୂଳକ ଯୋଜନସବୁର ଯାଞ୍ଚ କରି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କୀତ ସାରାଂଶ ଉପଯୁକ୍ତ ବିଭାଗ ନିକଟରେ ପ୍ରଦାନ ।
    • ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ଷଢ଼ମାସିକ ଗସ୍ତ ତଥ୍ୟର ସମୀକ୍ଷା କରି ତାଙ୍କର ସମୀକ୍ଷା ରିପୋର୍ଟ ରାଜସ୍ୱ ପରିଷଦ ଦାଖଲ ।
    • ତାଙ୍କ ଅଧୀନରେ ଆସୁଥିବା ଜିଲ୍ଲା ଗୁଡିକରେ କାର୍ଯ୍ୟକାରି ହୋଇଥିବା ବିକାଶମୂଳକ ଯୋଜନା ଗୁଡିକର ସମୀକ୍ଷା କରି ସମୀକ୍ଷା ସାରଣୀ ସମ୍ପୃକ୍ତ ବିଭାଗକୁ ପ୍ରଦାନ ।
    • ରାଜସ୍ୱ ଡିଭିଜନର ବାର୍ଷିକ ଜମି ରାଜସ୍ୱ ପ୍ରଶାସନ ତଥ୍ୟର ସଂକଳନ କରି ରାଜସ୍ୱ ପରିଷଦ ନିକଟରେ ପ୍ରଦାନ । ଏହି ରିପୋର୍ଟ ରାଜସ୍ୱ ପରିଷଦ ପୁନଃସଙ୍କଳନ କରି ରାଜ୍ୟ ସରକାରଙ୍କୁ ପ୍ରେରଣ କରିବେ ।
    • ରାଜସ୍ୱ ଡିଭିଜନ ଅଧିକାରୀ ସମସ୍ତ ଜିଲ୍ଲାର ମାସିକ ଦାବି, ସଂଗ୍ରହ ଏବଂ ରାଜସ୍ୱ ଅବଶେଷ, ଜଳହାର ଇତ୍ୟାଦି ସମୀକ୍ଷା କରିବା ସହିତ ସମୀକ୍ଷା ରିପୋର୍ଟ ରାଜସ୍ୱ ପରିଷଦ ଏବଂ ରାଜସ୍ୱ ବିଭାଗକୁ ପରବର୍ତ୍ତୀ ମାସର ୨୨ ତାରିଖରେ ପ୍ରଦାନ ।
    • ବିଭିନ୍ନ ସମୟରେ ଭୂ-ସଂସ୍କାର ଓ ଜମି ମାଲିକାଣୀ ସମ୍ପର୍କିତ ଆଇନ ଗୁଡିକରେ କାର୍ଯକରିତା ସମୀକ୍ଷା କରିବ ସଙ୍ଗେ ସଙ୍ଗେ ଏହି ସଂକ୍ରାନ୍ତରେ ଉପୁଜୁଥିବା ସମସ୍ୟା ଗୁଡ଼ିକକୁ ରାଜସ୍ୱ ପରିଷଦର ହସ୍ତକ୍ଷେପ ନିମନ୍ତେ ଅବଗତି କରାଇବା
    • ତାଙ୍କ ଅଧୀନରେ ଥିବା ରାଜସ୍ୱ ଅଦାଲତ ଗୁଡିକ ପର୍ଯ୍ୟବେକ୍ଷକ ।
    • ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଅନ୍ୟ ରାଜସ୍ୱ ଅଧିକାରୀମାନଙ୍କ ଦ୍ଵାରା ସମାଧାନ କରାଯାଇଥିବା ସମସ୍ତ ରାଜସ୍ୱ ମାମଲା ଗୁଡିକର ମାସିକ ସମୀକ୍ଷା ରିପୋର୍ଟ ରାଜସ୍ୱ ପର୍ଷଦ ଏବଂ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ ମାସର ୨୨ ତାରିଖରେ ପ୍ରଦାନ ।
    • ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ନିୟମାନୁସାରେ ଛୁଟି ମଞ୍ଜୁର କରିବା ।
    • ତାଙ୍କ ଅଧୀନରେ କାର୍ଯ୍ୟକରୁଥିବା ଅଧିକାରୀ ମାନଙ୍କର ଅବସର ବେଳେ ଅବସର କାଳୀନ ପ୍ରାପ୍ୟ ଯଥା ପେନସନ, ଗ୍ରାଚ୍ୟୁଇଟି ଓ ମୃତୁ ତଥା ଅବସର କାଳୀନ ପ୍ରାପ୍ୟ ଅନ୍ୟାନ୍ୟ ଅନୁଦାନ ସମ୍ବଧୀୟ ବିଷୟକୁ ନିୟନ୍ତଣ କରିବା ।
    • ବିଭିନ୍ନ ସମୟରେ ସରାକରଙ୍କ ଦ୍ଵାରା ଜାରି କରାଯାଇ ଥିବା ନିର୍ଦ୍ଦେଶ ଅନୁସାରେ ଗେଜେଟେଡ ଅଧିକାରୀଙ୍କର ସାମୟିକ ଗୋପନୀୟ ତଥ୍ୟ ପ୍ରଦାନ ।✔ସରକାରଙ୍କ ଦ୍ଵାରା ପ୍ରାଧିକୃତ ନିମମାନୁସାରେ ନିର୍ଦ୍ଧିଷ୍ଟ ସଂଖ୍ୟକ ସ୍ଥାନୀୟ ଛୁଟି ଘୋଷଣା ।
    • ଶାନ୍ତି ସୁଙ୍ଖଳା ଭଙ୍ଗ କିମ୍ବା ଶାନ୍ତିସୁଙ୍ଖଳ କ୍ଷେତ୍ରରେ ଗୁରୁତର ବିପଦ ସୃଷ୍ଟି, ପ୍ରାକୃତିକ ବିପର୍ଯୟ ଅଥବା ମହାମାରୀ, ବ୍ୟାପକ ଫସଲ ନଷ୍ଟ ଜଙ୍ଗଲ ଜମିର ଅଧିକୃତ ହସ୍ତାନ୍ତରଣ, ବୈଧ ଅନୁମତି ନଥାଇ ବୃକ୍ଷ ଛେଦନ / ଅପସାରଣ, ପ୍ରଦୂଷଣ ବା ଅନ୍ୟ କୌଣସି କାରଣ ଯୋଗୁଁ ଜନସ୍ଵାସ୍ଥ୍ୟ ଉପରେ ସୃଷ୍ଟି ହେଉଥିବା ବିପଦ – ଏସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ।
    • ରାଜସ୍ୱ ପର୍ଷଦ ରାଜ୍ୟ ସରକାରଙ୍କ ସ୍ଥିରୀକୃତ ତାରିଖ ମଧ୍ୟରେ ରାଜସ୍ୱ ଡିଭିଜନର ବଜେଟ ଆକଳନ ପ୍ରଦାନ କରିବା ଏବଂ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଦାଲତ ଗୁଡିକରୁ ରିଟର୍ନ ଓ ତଥ୍ୟ ମାଗିବା ।